ପାଣିରେ ବୁଡ଼ିଲା ପୁରୀ ଲୋକନାଥ ମନ୍ଦିର

ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି  ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି।

ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବା ସମ୍ଭବ ହେଉନି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ ହୋଇପାରୁନାହିଁ।

ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରୁ ଜଳନିଷ୍କାସନର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି।

ଜଣେ ପଣ୍ଡା କହିଛନ୍ତି, ଲୋକନାଥ ମନ୍ଦିର ୨୧ ବର୍ଷ ତଳେ ଯାହା ଥିଲା, ଏବେ ସେହି ଅବସ୍ଥାରେ ଅଛି। ଏହାର କୌଣସି ସ୍ଥିତି ଓ ଚିତ୍ର ପରିବର୍ତ୍ତନ ହୋଇନାହିଁ। ଯାହା ବି କିଛି ବି ପରିବର୍ତ୍ତନ ହୋଇଛି, ନିଯୋଗ ତରଫରୁ କରାଯାଇଛି। ସରକାର ପରିବର୍ତ୍ତନ ପାଇଁ ଅନୁମତି ଦେଉ ନାହାନ୍ତି।’

ଆହୁରି ପଢ଼ନ୍ତୁ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

You might also like