ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍‌ସିବି ମେଡିକାଲ୍

କଟକ :  ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍‌ସିବି ମେଡିକାଲ୍। ୱାର୍ଡଭିତରେ ପଶିଲା ବର୍ଷା ପାଣି। ରଞ୍ଜନ ରଶ୍ମୀ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପସିଯାଇଛି । ଫଳରେ ଏକ୍ସରେ ବାଧାପ୍ରାପ୍ତ ହୋଇଛି ।

ବହୁ ସଂଖ୍ୟାରେ ରୋଗୀ ହସ୍ପିଟାଲ୍‌ରେ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ପାଣି ପଶିଯିବା ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ପୂର୍ବରୁ ମଧ୍ୟ ଏହା ଜଣାଅଛି ଯେ ଅସରାଏ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଏ । କିନ୍ତୁ ରାଜ୍ୟର ଏକ ବଡ଼ ମେଡିକାଲରେ ଏମିତି ବର୍ଷାରେ ଜଳାର୍ଣ୍ଣବ ହେବା ଚିନ୍ତାର ବିଷୟ ସାଜିଛି। କାରଣ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ବହୁତ ହଇରାଣ ହରକତ ହୋଇଛନ୍ତି ।

You might also like