ନିଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷା ପାଣି
କଟକ/ନିଆଳି: ଡାକ୍ତରଖାନାରେ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଭୋଗିବାକୁ ପଡ଼ୁଛି ଦୟନୀୟ ପରିସ୍ଥିତି। ଲଗାଣ ବର୍ଷା ଯୋଗୁଁ କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଛି ବର୍ଷା ଜଳ।
ଛାତରେ ଫାଟ ଥିବା ଯୋଗୁ ଉପରୁ ଅନବରତ ପାଣି ଗଳୁଛି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଲେବର୍ ରୁମ୍ ଏବଂ ଅପରେସନ୍ ଥିଏଟର୍ରେ ଆଣ୍ଠୁଏ ପାଣି ଜମିଛି। ଗତ ଦୁଇ ଦିନ ଧରି ଏପରି ପରିସ୍ଥିତି ଲାଗି ରହିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।