ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ଲଗାଣ ବର୍ଷାରେ ଏହି ବିଶ୍ୱ ଐତିହ୍ୟ ଜଳାର୍ଣ୍ଣବ

କୋଣାର୍କ  : ଜଳବନ୍ଦୀ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପରିସରରେ ଜମି ରହିଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଏହି ବିଶ୍ୱ ଐତିହ୍ୟ ଜଳାର୍ଣ୍ଣବ ହୋଇପଡିଛି। ଜଳ ନିଷ୍କାସନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ୪ଟି ପମ୍ପ ଲଗାଯାଇଥିଲେ ହେଁ  ତାହା ପର୍ଯ୍ୟାପ୍ତ ହେଉନାହିଁ। ମନ୍ଦିର ମୁଖ୍ୟ ଫାଟକ ଅାଗରେ ପାଣିର ସୁଅ ଛୁଟୁଛି। ପାଣି ଭିତରେ ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗତ ୧୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷାରେ କୋଣାର୍କ ସହରର ବହୁ ସ୍ଥାନ ମଧ୍ୟ ଜଳାର୍ଣ୍ଣବ ହୋଇଛି।

You might also like