ମେଡିକାଲ ଭିତରେ ପାଣି

ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ଅନୁଗୁଳ  : ମେଡିକାଲ ଭିତରେ ପାଣି । ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଅାଣ୍ଠୁଏ ପାଣି ଜମି ରହିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଓ୍ୱାର୍ଡ, କ୍ୟାବିନ ଓ କ୍ୟାମ୍ପସରେ ଲହଡ଼ ଭାଙ୍ଗୁଛି ପାଣି ।

ବର୍ଷା ଓ ଡ୍ରେନ୍‌ ପାଣି ହସ୍ପିଟାଲରେ ପଶିଯିବାରୁ ପଚା ଗନ୍ଧ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଘାରିଛି ସଂକ୍ରମଣ ଭୟ। ପାଲଲହଡ଼ାରେ ଡ୍ରେନ୍‌ ସୁବିଧା ଭଲ ନଥିବାରୁ ପ୍ରତି ବର୍ଷ ମାର୍କେଟ ପାଣି ମେଡିକାଲ ଭିତରେ ପଶିଯାଉଛି। ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ ହେଉଛି।

ଅନ୍ୟପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

You might also like