ମାର୍ଚ୍ଚ ୨୯, ୩୦ରେ ବର୍ଷା ସମ୍ଭାବନା; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ
ଭୁବନେଶ୍ୱର: କିଛି ଦିନର ତାତି ପରେ ବଦଳିଛି ପାଣିପାଗର ମିଜାଜ୍। ଗତକାଲି ସନ୍ଧ୍ୟାରେ ଟ୍ୱିନ୍ ସିଟି ସମେତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଦିନସାରା ପ୍ରବଳ ଗରମ ଗୁଳୁଗୁଳି ପରେ ଗତକାଲି ସନ୍ଧ୍ୟାରେ ହଠାତ୍ ଝଡ଼ବର୍ଷା ହୋଇଥିଲା।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ତଥା ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମାର୍ଚ୍ଚ ୨୯ ଓ ୩୦ ତାରିଖରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।