କଟକରେ କୁଆପଥର ବର୍ଷା

କଟକ: କଟକ ଜିଲ୍ଲା ବାଙ୍କୀ ଓ ନରସିଂହପୁର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ସଂଧ୍ୟାରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା।

ଏତେ ବଡ଼ ବଡ଼ କୁଆପଥର ବର୍ଷିଥିଲା ଯେ ଲୋକେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଗୋଟିଏ ଗୋଟିଏ କୁଆପଥର ୨ ଶହ ଗ୍ରାମ୍‌ରୁ ପାଖାପାଖି ୧ କିଲୋ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସେହିପରି ନରସିଂହପୁର ଅଞ୍ଚଳରେ ମଧ୍ୟ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ କୁଆପଥର ବର୍ଷା ହୋଇଥିଲା। ତେବେ କୁଆପଥର ମାଡ଼ ନେଇ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

You might also like