ପ୍ରଚାର ଅଭିଯାନରେ ସାମିଲ ହେଲେ ଅଭିନେତା ରାଇମୋହନ

ସୁନ୍ଦରଗଡ଼(ବିଜୟ ବରୁଆ):  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିଛନ୍ତି।

ଓଲିଉଡ୍‌ ଅଭିନେତା ରାଇମୋହନ ପରିଡ଼ା ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ପାଇଁ ରୋଡ୍‌ ଶୋ’ କରି ପ୍ରଚାର କରିଛନ୍ତି।

ସୁନୀତା ଓ ଯୋଗେଶ ପଞ୍ଚମୁଖି ହନୁମାନ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲେ। ବିଜେଡିର ଏହି ଦୁଇ ନେତାଙ୍କ ସହ ରୋଡ୍‌ ଶୋ’ରେ ବହୁ ସଂଖ୍ୟକ ସମର୍ଥକ ସାମିଲ ହୋଇଥିଲେ।

You might also like