ଟ୍ରେନ୍‌ ବଗିରେ ହେଲା କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ । ୫ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଓଡିଶାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି ।

ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ରେଳ ମନ୍ତ୍ରାଳୟ । ସାମାନ୍ୟ କିମ୍ବା ଅତି ସାମାନ୍ୟ ଲକ୍ଷଣ ଥିବା ଲୋକମାନଙ୍କୁ ଏହି କୋଚଗୁଡିକରେ ରଖାଯିବ ବୋଲି ସୂଚନା ମିଳିଛି । ଯେଉଁ ରାଜ୍ୟମାନଙ୍କରେ କୋଭିଡ୍ ଆକ୍ରାନ୍ତମାନଙ୍କ ପାଇଁ ବିଶେଷ ଚିକିତ୍ସା ସୁବିଧା ନ ଥିବ ସେହି ରାଜ୍ୟମାନେ ଏହି କୋଚ୍ ଗୁଡିକୁ ବ୍ୟବହାର କରିପାରିବେ।

You might also like