ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରେଲୱେ ଜାରିକଲା ହେଲ୍‌ପ ଲାଇନ୍‌

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଆସନ୍ତାକାଲି ପୁରୀ ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସତର୍କ ହୋଇଛି ପୂର୍ବତଟ ରେଳପଥ। ସେଥିପାଇଁ ହାୱଡା-ବିଜୟନଗରମ୍‌ ମଧ୍ୟରେ ଚଳାଚଳ କରୁଥିବା ୧୦୩ ଟ୍ରେନ୍‌ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏଥିପାଇଁ ରେଳ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରାଯାଇଛି।

ସେହିପରି ସମ୍ବଲପୁର ପାଇଁ ୦୬୬୩- ୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨; ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭଦ୍ରକ ପାଇଁ ୦୬୭୮୪-୨୩୦୮୨୭, କଟକ: ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ବିଶାଖାପାଟନମ୍ ପାଇଁ ୦୮୯୧- ୨୭୪୬୨୫୫, ୦୮୯୧- ୧୦୭୨ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରିଛି ରେଳ ବିଭାଗ।

You might also like