ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ରେଳରୋକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନ୍‌ରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ଆଜି ରେଳରୋକ କରାଯାଇଛି।

ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍‌ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ । ପରେ ଆନ୍ଦୋଳନକାରୀ ଅଟକାଇ ଥିବା ଟ୍ରେନକୁ ଛାଡ଼ିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି।

You might also like