ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ୍‌

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି।

ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍ ଉପରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ପୂର୍ବତଟ ରେଳପଥର ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ଚାଲିଥିଲା। ଟ୍ରାଏଲ ରନ୍ ସଫଳ ହେଲେ ବିଧିବଦ୍ଧ ଭାବେ ମହିପୁରକୁ ସ୍ୱାଭାବିକ ଭାବେ ଟ୍ରେନ୍‌ ଚଳାଚଳ କରିବ।

You might also like