ଢାଳି ଦେଲେ ହଣ୍ଡା ହଣ୍ଡା ଖାଦ୍ୟ, ଫାଇନ୍‌ ବି କାଟିଲେ

ଖଲ୍ଲିକୋଟ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି, ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଶେଷରେ ପୋଲିସ୍‌କୁ ଆକ୍ସନ ନେବାକୁ ପଡ଼ୁଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆମ୍ବଝର ନୂଆପଲ୍ଲୀ ଗାଁରେ। ଯେଉଁଠି ହଣ୍ଡା ହଣ୍ଡା ଖାଦ୍ୟକୁ ନଷ୍ଟ କରାଯିବା ସହ ଫାଇନ୍‌ ମଧ୍ୟ ଆଦାୟ ହୋଇଛି।

କରୋନା କଟକଣାକୁ ଫୁ‘ କରି ଚାଲିଥିଲା ବାହାଘର ଭୋଜି। ପାଖାପାଖି ୨ ହଜାର ଲୋକ ଭୋଜିରେ ସାମିଲ ହୋଇଥାନ୍ତେ। ହେଲେ ସବୁକିଛି ଭଣ୍ଡୁର ହୋଇଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଯାଇଥିଲେ ଖଲ୍ଲିକୋଟ ତହସିଲଦାର ଓ ଖଲ୍ଲିକୋଟ ଥନା ଅଧିକାରୀ। ଭୋଜି ପାଇଁ ରନ୍ଧା ଯାଇଥିବା ଚିକେନ ତରକାରୀ, ଭାତ, ଡାଲି, ପାୟସ, ଖଟା ସମେତ ଆହୁରି ଅନେକ ଖାଦ୍ୟକୁ ନଷ୍ଟ କରାଯାଇଥିଲା। ସୂଚନା ଅନୁସାରେ, ଗାଁର ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କ ଗତ ୮ତାରିଖରେ ବିବାହ ସରିଥିଲା। ଗତକାଲି ଗାଁ ଲୋକଙ୍କ ପାଇଁ ସେ ଭୋଜି ଭାତର ଆୟୋଜନ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ତହସିଲଦାର ଓ ଖଲ୍ଲିକୋଟ ଥନା ଅଧିକାରୀ ପହଞ୍ଚି ଯାଇଥିଲେ। ଭୋଜି ପାଇଁ ରନ୍ଧା ଯାଇଥିବା ଚିକେନ ତରକାରୀ, ଭାତ, ଡାଲି, ପାୟସ, ଖଟା ସମେତ ଆହୁରି ଅନେକ ଖାଦ୍ୟକୁ ନଷ୍ଟ କରାଯାଇଥିଲା। ହଣ୍ଡା ହଣ୍ଡା ଖାଦ୍ୟକୁ ଢଳା ଯାଉଥିବା ଦେଖିବାକୁ ମିଳିଥିଲା। ଏହାସହ ଆୟୋଜକଙ୍କ ଠାରୁ ୮ହଜାର ୫ଶହ ଟଙ୍କା ଫାଇନ ଆଦାୟ କରାଯାଇଥିଲା। ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା ବୋଲି ସୂଚନା ମିଳିଛି। ଏଭଳି କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି l

ତେବେ କରୋନା କାଳରେ ଲୋକେ ଖାଇବାକୁ ପାଉ ନଥିଲାବେଳେ ଏପରି ହଣ୍ଡା ହଣ୍ଡା ଖାଦ୍ୟ ନଷ୍ଟ କରିବା ନେଇ ଅନେକ ପ୍ରଶ୍ନ ଉଠିଛି। ଖାଦ୍ୟ ନପାଇ ଅନାହାରରେ ରହୁଥିବା ଲୋକଙ୍କୁ ଏହି ଖାଦ୍ୟ ଦିଆଯାଇଥିଲେ ଭଲ ହୋଇଥାନ୍ତା ବୋଲି ସାଧାରଣ ଲୋକ କହିଛନ୍ତି।

ସୂଚନାଥାଉ କି, କିଛିଦିନ ତଳେ  କନ୍ଧମାଳ ଜିଲ୍ଲାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। ବଡ଼ ଧରଣର ବିବାହ ଭୋଜି ଆୟୋଜନ କରିବା ସହ ଭୋଜିରେ ଶତାଧିକ ଲୋକଙ୍କୁ ଆମନ୍ତ୍ରଣ କରି ଆୟୋଜଙ୍କୁ ଫାଇନ୍‌ ଗଣିବାକୁ ପଡ଼ିଥିଲା

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୬୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି।

You might also like