ଲଜ୍‌ରେ ଚଢ଼ାଉ, ୩ ଯୁବତୀ ଗିରଫ

ପାରଳାଖେମୁଣ୍ଡି: ଲଜ୍‌ରେ ଚଢ଼ାଉ କରି ଯୁବତୀଙ୍କ ସମେତ ଗ୍ରାହକଙ୍କୁ ଗିରଫ କଲା ପୁଲିସ୍‌। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଇନ୍ଦ୍ର ଲଜ୍‌ରେ ଚଢ଼ାଉ କରି ପୁଲିସ୍‌ ୩ ଜଣ ଯୁବତୀ, ୩ ଜଣ ଗ୍ରାହକ ଓ ଲଜ୍ ମାଲିକଙ୍କୁ ଗିରଫ କରିଛି। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଲଜ୍‌ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୪ଟି ମୋବାଇଲ୍, ୩ହଜାର ୮୪୦ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

You might also like