କଟକର ବିଭିନ୍ନ ମାଛ ଗୋଦାମରେ ଚଢ଼ଉ

କଟକ: ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶା ଯାଉଥିବା ଅଭିଯୋଗ ପରେ କଟକରେ ବିଭିନ୍ନ ମାଛ ଗୋଦାମ ଉପରେ ଚଢ଼ଉ ହୋଇଛି। କଟକ ପ୍ରେସ୍ ଛକରେ ଥ‍ବା ମାଛ ଗୋଦାମରେ CMC ପକ୍ଷରୁ ଚଢ଼ଉ କରାଯାଇଛି।

ଗୋଦାମରେ ମହଜୁଦ ଥିବା ମାଛକୁ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରୁଛି CMC। ସ୍ୱାସ୍ଥ୍ୟ ବିଭାଗ ଗତକାଲି ସହରର ବିଭିନ୍ନ ସ୍ଥାନରୁ ସଂଗୃହୀତ ୮ଟି ନମୂନା ପରୀକ୍ଷାରୁ ନେଗେଟିଭ୍ ବାହାରିଥଲା। ତେବେ ଆଜି ନମୂନା ସଂଗ୍ରହ ଓ ପରୀକ୍ଷା ପରେ କଟକ ମାଛରେ ଫର୍ମାଲିନ୍ ମିଶା ଯାଇଛି କି ନାହିଁ ତାହା ସ୍ପଷ୍ଟ ହେବା ଅନୁମାନ କରାଯାଉଛି।

You might also like