ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନବଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ପିସିସି ସଭାପତି ନବ ଦାସ।
କଂଗ୍ରେସରେ ଗୋଷ୍ଠୀକନ୍ଦଳ ସଂପର୍କରେ ନବ ଦାସ କହିଛନ୍ତି, ଫାଟ ନ ଥିଲେ ବାଟ ବାହାରିବ ନାହିଁ। ଆଜିର ବୈଠକରେ ବିଭିନ୍ନ ନେତାଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା ହୋଇଛି। ୭୫% ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତି AICCକୁ ଦେଇଛନ୍ତି। ଅଗଷ୍ଟରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତ ସମୟରେ ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀଙ୍କୁ ଭେଟିବେ ବୋଲି ନବ ଦାସ କହିଛନ୍ତି।