୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ଜଗତସିଂହପୁରରେ ମଧ୍ୟ ରାହୁଲ ସଭା କରିପାରନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିଲେ। ବରଗଡ଼ରେ ନିର୍ବାଚନୀ ସଭାରେ ସେ ଯୋଗ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: କଂଗ୍ରେସ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ, ଗରିବଙ୍କୁ ନ୍ୟାୟ ମିଳିବ: ରାହୁଲ

ଆହୁରି ପଢ଼ନ୍ତୁ

You might also like