ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ଟଙ୍କା ଦିଅ: ରାହୁଲ ଗାନ୍ଧୀ

ଭୁବନେଶ୍ୱର: ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଦିଅ। ୪ରୁ ୫ ମାସ ପାଇଁ ଟଙ୍କା ପଠାଯାଉ। କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ଏହା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶର ପ୍ରମୁଖ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ରାହୁଲ।

ଓଟିଭି ନ୍ୟୁଜ୍ ଏଡିଟର୍ ରାଧାମାଧବ ମିଶ୍ରଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଲ୍ ଭୋକାଲ୍ ଥିଓରୀ ସ୍ୱଦେଶୀ ସାମଗ୍ରୀ ବିକ୍ରି ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବ କି ବୋଲି ରାଧାମାଧବ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଏବେ ଲୋକାଲ୍ ଭୋକାଲ୍ ନୁହେଁ ବରଂ ଲୋକଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବାର ସମୟ। କରୋନା ସହ ଏବେ ଲଢ଼ିବାର ବେଳ। ଭୋକିଲା ପେଟରେ ଆଗ ଖାଦ୍ୟ ଦରକାର। ତା ପରେ ହିଁ ସେମାନେ ଲୋକାଲ ଭୋକାଲ କଥା ବୁଝିବେ ବୋଲି କହିଥିଲେ ରାହୁଲ୍।

ସେହିଭଳି RTPCR ଟେଷ୍ଟକୁ ବଢ଼ାଇବାକୁ ଗୁରୁତ୍ୱ ଦେଇଥିଲେ ରାହୁଲ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏଦିଗରେ ଆଗକୁ ବଢ଼ିବା ସହ ପ୍ରତିଦିନ ଲକ୍ଷେ ଟେଷ୍ଟ କରାଯାଉଥିବା କହିଛନ୍ତି। ହେଲେ ଏନେଇ କୌଣସି ତ୍ରୁଟି ରହିଛି କି  ବୋଲି ପ୍ରଶ୍ନ ପଚାରିବାରୁ ରାହୁଲ୍‌ କହିଥିଲେ ତ୍ରୁଟି ଆସନ୍ତା ସପ୍ତାହରେ ଜଣାପଡ଼ିବ।

ରାହୁଲ କହିଥିଲେ, ଟେଷ୍ଟ ସମ୍ପର୍କରେ ତ୍ରୁଟି ନେଇ ଆସନ୍ତା କିଛି ମାସରେ ତଥ୍ୟ ଜଣାପଡ଼ିବ। ତା ପରେ ହିଁ ସେ ଯାହା କିଛି କହିବେ। କିନ୍ତୁ ଏବେ ଦେଶର ଅର୍ଥନୀତିକୁ ସଜାଡ଼ିବା, ଶ୍ରମିକଙ୍କୁ ସହାୟତା ଭଳି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବାକୁ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ଭିଡିଓରେ ଦେଖନ୍ତୁ ରାଧାମାଧବଙ୍କ ସହିତ ରାହୁଲ୍‌ଙ୍କ ପ୍ରଶ୍ନୋତ୍ତର-

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like