ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାସହ କଟକରେ ଏକ କର୍ମୀ ସମ୍ମିଳନୀରେ ବି ରାହୁଲ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
କଟକରୁ ଭୁବନେଶ୍ୱର ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରିବେ। ଏହାପରେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ୨୦୧୯ ମସିହାରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ।