ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ଆଣିଲେ ରାଗିଂ ଅଭିଯୋଗ
ସମ୍ବଲପୁର: ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ରାଗିଂ ଅଭିଯୋଗ ଆଣିଛନ୍ତି। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଏହି ରାଗିଂ ଅଭିଯୋଗ ଆସିଛି। ଏନେଇ ଗତ ୧ ତାରିଖରେ ନ୍ୟାସନାଲ୍ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
ସୂଚନାଥାଉ କି, ଗତ ୩୧ରେ ୨ ଛାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ଏହି ବିବାଦ ନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା।
ରାଗିଂ ଅଭିଯୋଗ ଘଟଣାକୁ ନେଇ ହୋମିଓପ୍ୟାଥି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂ କହିଛନ୍ତି, ‘ରାଗିଂ ଅଭିଯୋଗ କିଏ କରିଛି ତାହା ଆମେ ଜାଣିନୁ। ଦିଲ୍ଲୀର ଆଣ୍ଟି ରାଗିଂ ସେଲ୍ରୁ ଫୋନ୍ ଓ ଇ-ମେଲ୍ ଆସିଥିଲା। ଏହାପରେ ରାଗିଂ ନେଇ ଅଭିଯୋଗ ହୋଇଥିବା ଆମେ ଜାଣିବାକୁ ପାଇଥିଲୁ। ଆମକୁ କୌଣସି ଲିଖିତ କିମ୍ବା ଓରାଲ୍ ଅଭିଯୋଗ ଦିଆଯାଇ ନାହିଁ। ଛାତ୍ରୀ ନିବାସରେ ଏହି ରାଗିଂ ହୋଇଥିବା ଜଣାପଡ଼ିଛି। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। କଲେଜରେ ଥିବା ଆଣ୍ଟିଂ ରାଗିଂ ସେଲ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।