ରାସ୍ତା ଦୁର୍ଘଟଣା କମାଇବାକୁ ଅଭିନବ ପ୍ରୟାସ

ଗାଈଗୋରୁଙ୍କ ବେକ ଓ ଶିଙ୍ଗରେ ଲଗାଯାଉଛି ରେଡିୟମ୍ ପଟି

ପାରାଦୀପ : ପାରାଦୀପରେ ରାସ୍ତା ଦୁର୍ଘଟଣା କମାଇବାକୁ ନେଚର୍ ଡ୍ରାଇଭ୍ ଟ୍ରଷ୍ଟର ଅଭିନବ ପ୍ରୟାସ। ରାତିରେ ବୁଲୁଥିବା ଗାଈ ଗୋରୁ ଏବଂ ବୁଲା କୁକୁରଙ୍କ ବେକରେ ରେଡିଅମ୍ ପଟି ଗୁଡାଇବା ସହ ସେମାନଙ୍କ ଶିଙ୍ଗରେ ରେଡିୟମ୍ ଷ୍ଟିକର୍ ଲଗା ଯାଇଛି ।

ଯାହାଫଳରେ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ଟ୍ରଷ୍ଟର କର୍ମକର୍ତ୍ତା କହିଛନ୍ତି । ପାରାଦୀପକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଗାଡି ଚଳାଚଳ କରୁଥିବାବେଳେ ରାତି ସମୟରେ ବୁଲୁଥିବା ପଶୁ ମାନଙ୍କ ଯୋଗୁ ଦୁର୍ଘଟଣା ଘଟୁଛି ।

ଫଳରେ ଧନ ଜୀବନ ହାନି ହେଉଛି । ତେଣୁ ଏହି ଷ୍ଟିକର ଲଗାଇବା ଦ୍ୱାରା ଗାଡି ଲାଇଟରେ ଦୂରରୁ ପଶୁମାନେ ଦେଖାଯିବା ସହ ଦୁର୍ଘଟଣା ମଧ୍ୟ କମିପାରିବ ବୋଲି ଅାଶା କରାଯାଉଛି।

You might also like