• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର:  ଗତକାଲି  ଉତ୍କଳ ମଣ୍ଡପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର୍ଷ ୨୦୧୭ ପାଇଁ ରବିଶଙ୍କର ପଟ୍ଟନାୟକ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି । ଫିଲ୍ମ ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କରଙ୍କୁ ଏହି ସମ୍ମାନ ଦିଆଯାଇଛି । ସେହିଭଳି ‘ହେଲୋ ଆର୍ସି ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ।

‘ହେଲୋ ଆର୍ସି’ର ନିର୍ଦ୍ଦେଶକ ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ, ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନୀତ ହୋଇଛନ୍ତି । ‘ଲୈଲା ଓ ଲୈଲା’ ଫିଲ୍ମ ପାଇଁ ସନ୍ମିରା ନାଗେଶଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ସତ୍ୟଜିତ ପ୍ରଧାନ ଓ ଅସୀମା ପଣ୍ଡାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ସମ୍ମାନ ପ୍ରଦାନ କରାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନର ‘ତୁ ମୋ ଲଭ ଷ୍ଟୋରି’ ଫିଲ୍ମକୁ ୩ଟି ପୁରସ୍କାର ମିଳିଛି । ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଦେବୀଦତ୍ତ ମହାନ୍ତି, ଶ୍ରେଷ୍ଠ ଗୀତିକାର ଅରୁଣ ମନ୍ତ୍ରୀ ଓ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ସୁବାସ ବେହେରାଙ୍କୁ ପୁରସ୍କୃତ କରାଯାଇଛି । ଆଜି ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ ।

Rabisankar-rewarded-in-jaydev-award
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories