ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍‌.ଭିନିଲକ୍ରିଷ୍ଣା

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍‌.ଭିନିଲକ୍ରିଷ୍ଣା ।  ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍‌ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍‌ରେ ପଞ୍ଜିକରଣ କରିଛନ୍ତି ।


ନିଜ ଯାତ୍ରା ସମ୍ପର୍କରେ ସବିଶେଷ ତଥ୍ୟ ସେ ରଖିଛନ୍ତି।  ତେବେ ସେ ସୁସ୍ଥ ରହିଛନ୍ତି। କିନ୍ତୁ ସରକାରୀ ଗାଇଡଲାଇନ ଅନୁସାରେ କ୍ୱାରେଣ୍ଟାଇନରେ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ମାଲକାନଗିରିର ଜିଲ୍ଲାପାଳ ଥିବା ବେଳେ ମାଓବାଦୀଙ୍କ ଅପହରଣର ଶିକାର ହୋଇ ୨୦୧୧ରେ ଚର୍ଚ୍ଚାକୁ ଆସିଥିଲେ ଆର୍‌.ଭିନିଲକ୍ରିଷ୍ଣା। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ।

You might also like