‘ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି’

ଭୁବନେଶ୍ୱର: ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ମୋ ସରକାର କାର୍ଯ୍ୟକ୍ରମ’ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜିର ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ୬୩୫ ଥାନାର ଆଇଆଇସିଙ୍କ ସହ ବରିଷ୍ଠ ପୁଲିସ୍‌ ଅଧିକାରୀ। 5Tରେ ଭଲ କାମ କଲେ IICଙ୍କୁ ଆଗୁଆ ପଦୋନ୍ନତି ମିଳିବ। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ, ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ ଅଭିଯୋଗକାରୀ ପକ୍ଷକୁ ଶୁଣାଯାଉଛି କି ନାହିଁ ସେ  ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି।

ଏସବୁ ଦିଗରେ ସିଧାସଳଖ ଭାବେ ଲୋକଙ୍କ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ। ମୋ ସରକାର କାର୍ଯ୍ୟକାରିତାକୁ ନେଇ IICଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ପ୍ରଥମ ପର୍ଯ୍ୟାୟରେ  ଥାନା ଓ ହସ୍ପିଟାଲ୍‌ରୁ ନିଆଯିବ ଫିଡବ୍ୟାକ୍।

You might also like