୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ଶହେ କୋଟିର ପ୍ୟାକେଜ୍‌କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ସରକାରଙ୍କ ଶହେ କୋଟିର ପ୍ୟାକେଜ୍‌କୁ ନେଇ ପ୍ରଶ୍ନ ଉଠିଛି। ଶହେ କୋଟି ଟଙ୍କାକୁ ଯଦି ୧୧୪ ପୌରାଞ୍ଚଳରେ ଖର୍ଚ୍ଚ କରାଯାଏ ତାହେଲେ ପ୍ରତି ପୌରାପଞ୍ଚଳକୁ ୬ ମାସକୁ ୯୦ ଲକ୍ଷ ଟଙ୍କା ମିଳୁଛି।

ଏଭଳି ସ୍ଥିତିରେ ହିସାବକୁ ନେଲେ ପ୍ରତି ପୌରାଞ୍ଚଳ ପାଇଁ ମାସକୁ ମାତ୍ର ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ ରହୁଛି, ଯାହା ସମୁଦ୍ରକୁ ଶଙ୍ଖେ ଭଳି। ସେହିପରି ଶହେ କୋଟିର ପ୍ୟାକେଜ୍ ସାଢ଼େ ୪ ଲକ୍ଷ ପରିବାର ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲା ବେଳେ ପରିବାର ପିଛା ୬ ମାସ ପାଇଁ ରହୁଛି।

ମାତ୍ର ୨୨ ଶହ ଟଙ୍କା ଅର୍ଥାତ୍ ଏହି ହିସାବରେ ମାସକୁ ପ୍ରତି ପରିବାରକୁ ମାତ୍ର ୩୫୦ ଟଙ୍କାର ବ୍ୟୟବରାଦ କିଭଳି ସହରୀ ଗରିବଙ୍କ ସହାୟତା କରିବ ତାକୁ ନେଇ ଉଠିଛି ପ୍ରଶ୍ନ।

You might also like