କେତେ ସଠିକ୍ କରୋନା ରିପୋର୍ଟ ? ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ରିପୋର୍ଟ ନେଗେଟିଭ୍
ଭୁବନେଶ୍ୱର: କେତେ ସଠିକ୍ କରୋନା ଟେଷ୍ଟ ରିପୋର୍ଟ ? ଓଡ଼ିଶାରେ ହେଉଥିବା କରୋନା ଟେଷ୍ଟିଂରେ ରହିଛି କି ତ୍ରୁଟି ? ଏବେ ଏପରି ଅନେକ ପ୍ରଶ୍ନ ପୁଣି ଥରେ ଉଠିଛି। କାରଣ ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବେସରକାରୀ ହସ୍ପିଟାଲ୍ରେ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତ ୧୬ରେ ଭୁବନେଶ୍ୱର ଗଣପତି ବସ୍ତିର ଜଣେ ମହିଳାଙ୍କ କରୋନା ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବିଏମ୍ସି ପକ୍ଷରୁ ୨୨ ତାରିଖ ଦିନ ପରିବାର ଲୋକଙ୍କୁ ଜଣାଯାଇଥିଲା। ତେବେ ପରିବାର ଲୋକଙ୍କ ଏଥିରେ ସନ୍ଦେହ ହେବାରୁ ଘରୋଇ ହସ୍ପିଟାଲ୍ରେ ପୁଣି ଥରେ କରୋନା ଟେଷ୍ଟ କରାଇଥିଲେ, ଯେଉଁଠି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ଏବେ ସରକାରୀ ଟେଷ୍ଟିଂ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।
ସୂଚନାଥାଉ କି, ଏହାପୂର୍ବରୁ ମଧ୍ୟ ଏମିତି ଘଟଣା ସାମ୍ନାକୁ ଆସିଛି। ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍ରେ କୋଭିଡ୍ ଟେଷ୍ଟ କଲେ ଆସୁଛି ନେଗେଟିଭ୍ ବୋଲି କିଛି ଲୋକ ଅଭିଯୋଗ ଆଣିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍ରେ ନେଗେଟିଭ୍; ଘେରିଲେ ବିରୋଧୀ