ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍‌-କ୍ୱାରେଣ୍ଟିନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କ୍ୱାରେଣ୍ଟିନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରବାସୀ ଓଡ଼ିଆଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନେକ ସ୍ଥାନରେ କ୍ୱାରେଣ୍ଟିନରୁ ଖସି ପଳାଉଛନ୍ତି ରୋଗୀ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ପ୍ରବାସୀ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ। ଯାହାର ଲକ୍ଷଣ ଦେଖାଦେବ ସେମାନଙ୍କ ପରୀକ୍ଷା ହେବ । ଯିଏ କ୍ୱାରେଣ୍ଟିନ ନିୟମ ନମାନିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏବେ ୮ଟି ସ୍ଥାନରେ ନମୂନା ପରୀକ୍ଷା ହେଉଛି । ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ICMRକୁ ଅନୁରୋଧ କରାଯାଇଛି। ଏବେ ଦିନକୁ ୩ ହଜାର ପରୀକ୍ଷା କରାଯାଉଛି। ଖୁବଶୀଘ୍ର ୫ହଜାର ନମୂନା ପରୀକ୍ଷା ହେବ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

 

You might also like