• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଯିଏ ଘରେ ନ ରହି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ଥାନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ସରକାରୀ କୋଠାରେ ମାଗଣାରେ ବ୍ୟବସ୍ଥା କରାଯାଇଛି। ଏହାବାଦ ଯଦି କିଏ ନିଜ ଖର୍ଚ୍ଚରେ ହୋଟେଲ ରୁମ୍‌ରେ କ୍ୱାରେଣ୍ଟାଇନରେ ରହିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଜଧାନୀ ଭୁବନେଶ୍ୱରର ୩ଟି ହୋଟେଲ୍‌ରେ କ୍ୱାରେଣ୍ଟାଇନ୍ ପାଇଁ ସୁବିଧା ପ୍ରଦାନ କରିବେ। ଏହି ୩ଟି ହୋଟେଲ ହେଲା ଜୟଦେବବିହାର ସ୍ଥିତ ଜିଞ୍ଜର ହୋଟେଲ , ଶହୀଦନଗର ସ୍ଥିତ ଏମ୍ପାୟର୍ସ ଏବଂ କଳ୍ପନା ସ୍ଥିତ ହୋଟେଲ କଳିଙ୍ଗ ଅଶୋକା। ନିଜ ପଇସାରେ ଜଣେ ସନ୍ଦିଗ୍ଧ କ୍ୱାରେଣ୍ଟାଇନ୍‌ରେ ରହିପାରିବେ। ଏଥିପାଇଁ ତାଙ୍କୁ ଦୈନିକ ୨୫୦୦ ଟଙ୍କା ସହ ଟାକ୍ସ ଦେବାକୁ ପଡ଼ିବ। ଏହି ହୋଟେଲମାନଙ୍କରେ ସନ୍ଦିଗ୍ଧଙ୍କୁ ସମସ୍ତ ପ୍ରକାର ସୁବିଧା ସହ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ହୋମ୍ କ୍ୟାରେଣ୍ଟାଇନ ବେଳେ ୧୪ ଦିନ ପାଇଁ ବ୍ୟକ୍ତି ଜଣଙ୍କ ନିଜକୁ ଏକ ନିର୍ଦ୍ଦିଷ୍ଟ କୋଠରୀରେ ଆବଦ୍ଧ କରି ରଖିବାକୁ ପରାମର୍ଶ ଦିଆଯାଇଥାଏ। ଯାହାଦ୍ୱାରା ଭାଇରସ୍‌ ବ୍ୟାପି ପାରି ନ ଥାଏ।

Quarantine-facility-in-hotel-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories