ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର। ପ୍ରତି ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ଏଥିଲାଗି ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ସରକାରୀ ହାଇସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ପୁରା ସେଣ୍ଟର ପ୍ରସ୍ତୁତ ହୋଇଯିବ।

ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ସ୍କୁଲର ଏକ ହଲକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଥିବା କହିଛନ୍ତି ମେଣ୍ଢାଶାଳ ସରପଞ୍ଚ ମମତା ବେହେରା। ଏହାସହ ସ୍ଥାନୀୟ ଅଞ୍ଚଳକୁ ବିଦେଶ ତଥା ଅନ୍ୟ ରାଜ୍ୟରୁ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ରହିଛି।

ପ୍ରତି ପଞ୍ଚାୟତରେ ଅଙ୍ଗନବାଡି କର୍ମୀ ତଥା ଆଶା ଦିଦିଙ୍କୁ କିପରି ହାତ ଧୋଇବା ସେନେଇ ଡେମୋ ଦ୍ୱାରା ପଞ୍ଚାୟତ ଅଫିସରେ ଟ୍ରେନିଂ ଦିଆଯାଇଛି। ଶିଶୁ ଓ ତଥା ବୟସ୍କ କିପରି କରୋନା ମୁକାବିଲା କରିବେ ସେନେଇ ଘର ଘର ବୁଲି ଟ୍ରେନିଂ ଦେବେ।

You might also like