ଭୁବନେଶ୍ୱର: ଦକ୍ଷିଣ ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଯେଉଁ ଟ୍ରପ୍ ଲାଇନ୍ ଥିଲା ତାହା ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାଗ ହିମାଳୟ ପାଦଦେଶ ଆଡ଼କୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ଭାଗ ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଯାହାର ଆଶିଂକ ପ୍ରଭାବ ଓଡ଼ିଶା ଉପରେ ରହୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତେବେ ତେବେ ୧୮ ତାରିଖ ପରଠୁ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି।
ଚଳିତବର୍ଷ ଏଯାବତ୍ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି। ରାଜ୍ୟରେ ୧୭ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
https://youtu.be/p4c3rDScpsM