QAT ପୁନର୍ଗଠିତ

କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହେଲେ ଶୁଭେନ୍ଦୁ ସାହୁ

ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ ଟିମ୍‌ ଇନଚାର୍ଜ ଭାବେ ସେ ଦାୟିତ୍ୱ ତୁଲାଇବେ। ତାଙ୍କସହ ସେହି କ୍ୟୁଏଟି ଟିମ୍‌ରେ ମଙ୍ଗଳାବାଗ ଥାନା ASI ରମାକାନ୍ତ ପ୍ରଧାନ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡିଛି।

ଖୁବ୍‌ଶୀଘ୍ର ପୁରା ୬ରୁ ୮ ଜଣଙ୍କୁ ନେଇ କୁଇକ୍‌ ଅାକ୍ସନ ଟିମ୍ ଗଠନ କରାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ପୂର୍ବରୁ କୁଇକ୍‌ ଅାକ୍ସନ ଟିମ୍ ଇନଚାର୍ଜ ଥିବା ଦୀପକ ଲେଙ୍କାଙ୍କୁ ହେରଫେର ମାମଲାରେ ସସପେଣ୍ଡ କରାଯାଇଥିଲା। ଏହାସହିତ ପୁଲିସ କମିଶନର ପୁରା କୁଇକ୍‌ ଅାକ୍ସନ ଟିମ୍‌କୁ  ଭାଙ୍ଗି ଦେଇଥିଲେ।

 

You might also like