ଅଜଗର ସାପ ଉଦ୍ଧାର
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍ ହେଲ୍ପ ଲାଇନ୍କୁ ଯୋଗାଯୋଗ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ।
ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୦ ଫୁଟ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବାଗେଡ଼ିଆ ଗ୍ରାମରୁ ବି ଏକ ଅଜଗର ଛୁଅା ଉଦ୍ଧାର ହୋଇଛି।