• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କେନ୍ଦୁଝର: ପ୍ରକୃତିର କୋଳରେ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ କଳାପଟ ପାହାଡ଼ରେ ଥିବା ପୁଟଘର ଜଳପ୍ରପାତ ପର୍ଯ୍ୟଟନସ୍ଥଳୀକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି।

ଯଦିଓ ପୁଟଘର ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ, ତେବେ ସେଠାକାର ଅବ୍ୟବସ୍ଥାରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଏ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ପାହାଡ ଚଢ଼ାର ମଜା ନେଉଛନ୍ତି। କଳାପଟ ପାହାଡ଼ରେ ପୁଟଘର ଓ ସାନଘାଗରା ଜଳପ୍ରପାତ ରହିଛି। ଏହା ସହିତ ରାଣୀ ଗୁମ୍ଫା ମଧ୍ୟ ରହିଛି। ଯାହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପର୍ଯ୍ୟଟକମାନେ ସେଠାକୁ ଛୁଟି ଆସୁଛନ୍ତି।

ଗଣମାଧ୍ୟମର ପ୍ରଚେଷ୍ଟାରେ ପୁଟଘର ଜଳପ୍ରପାତ ଲୋକଲୋଚନକୁ ଆସିପାରିଛି। ହେଲେ ପ୍ରଶାସନର ଅବହେଳା ଓ ସରକାରଙ୍କ ଉଦାସୀନତା ଯୋଗୁ ଏହି ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ସାମାନ୍ୟ ଫଳକ ଟିଏ ମଧ୍ୟ ନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ପର୍ଯ୍ୟଟକଙ୍କୁ ଅସୁବିଧା ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ, ରାସ୍ତା ପାଇଁ ପ୍ରସ୍ତାବ ହୋଇଛି। ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ତେଲକୋଇ ବିଡିଓ କହିଛନ୍ତି। ।

ତେଲକୋଇ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ପ୍ରାକୃତିକ ଗନ୍ତାଘର ପୁଟଘର ଜଳପ୍ରପାତର ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପର୍ଯ୍ୟଟକମାନେ ମତ ପ୍ରକାଶ କରିଛନ୍ତି।

Putaghar-waterfall-reels-under-neglect
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories