‘ପୂର୍ଣ୍ଣିମା ଯୋଗୁ ପାଣି ଟାଣୁନି ସମୁଦ୍ର, ଜଳ ନିଷ୍କାସନରେ ଅସୁବିଧା’

ଭୁବନେଶ୍ୱର: ପୂର୍ଣ୍ଣିମା ଯୋଗୁ ସମୁଦ୍ର ଭିତରକୁ ନଦୀର ପାଣି ଠିକ୍‌ରେ ଯାଇ ପାରୁନାହିଁ। କାରଣ ଜୁଆର ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। ତେଣୁ ପୂର୍ଣ୍ଣିମା ପରେ ହିଁ ବନ୍ୟା ସ୍ଥିତିରେ ସୁଧାର ଆସିବ। ତେଣୁ ଜଳ ନିଷ୍କାସନ ପାଇଁ ଆହୁରି ୩ ଦିନ ଲାଗିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ୨୪ଟି ଗେଟ୍‌ ଦେଇ ୪ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୯ ଲକ୍ଷ ୮୦ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି।

ଲଗାଣ ବର୍ଷା ଓ ବନ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୬ଟି ଘାଇ ସୃଷ୍ଟି ହୋଇଛି। ଯାଜପୁର ଦତ୍ତପୁରରେ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହେଲାଣି। ଅନ୍ୟ ଜାଗାରେ ମଧ୍ୟ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜ୍ୟୋତିର୍ମୟ ରଥ କହିଛନ୍ତି।

You might also like