ସ୍ୱାଭାବିକ ହେଉଛି ପୁରୀ ରେଳ ଷ୍ଟେସନ୍

ଆଜି ପୁରୀରୁ ଛାଡ଼ିବ ତିନିଟି ଏକ୍ସପ୍ରେସ୍ ଟ୍ରେନ୍

ପୁରୀ : ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ପୁରୀ ରେଳ ଷ୍ଟେସନ୍‌ରୁ ଯାତାୟତ। ଆଜି ପୁରୀରୁ ଛାଡ଼ିବ ପୁରୀ-ଦୁର୍ଗ, ପୁରୀ-ହଟିଆ ଏବଂ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ସ୍ୱାଭାବିକ ଭାବେ ଯାତ୍ରା କରିବ।

ପୁରୀଠୁ ସଂଧ୍ୟା ସାଢ଼େ ୬ଟା ବେଳେ ଛାଡ଼ିବ ପୁରୀ ଦୁର୍ଗ ଏକ୍ସପ୍ରେସ୍। ସଂଧ୍ୟା ୭ଟା ୫୫ ମିନିଟ୍‌ରେ ପୁରୀ ହଟିଆ ଏବଂ ରାତି ୯ଟା ୪୫ ମିନିଟ୍‌ରେ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀରୁ ଯାତ୍ରା କରିବ। ଆଉ କିଛି ଟ୍ରେନ୍ ଯାହା ଆଜି ପୁରୀରୁ ଯିବାକୁ ଥିଲା ତାହା ପୁରୀ ପରିବର୍ତ୍ତେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ବିଶାଖାପାଟନମ୍‌ରୁ ଗନ୍ତବ୍ୟ ସ୍ଥଳକୁ ଯିବ।

ନନ୍ଦନକାନନ ଏକ୍ସପ୍ରେସ୍ ଓ ପୁରୀ ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଭୁବନେଶ୍ୱରରୁ, ପୁରୀ ହାୱଡ଼ା ଧଉଳୀ ଏକ୍ସପ୍ରେସ, ପୁରୀ ସମ୍ବଲପୁର ଇଣ୍ଟରସିଟି୍, ପୁରୀ ହାୱଡ଼ା ଏକ୍ସପ୍ରେସ୍, ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ପୁରୀ ଇନ୍ଦୋର ଏକ୍ସପ୍ରେସ୍ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ ଷ୍ଟେସନ୍‌ରୁ ଛାଡ଼ିବ।

ଏହାଛଡ଼ା ପୁରୀ ତିରୁପତି ବିଶାଖାପଟନମ୍‌ରୁ ତିରୁପତି ଅଭିମୁଖେ ଯିବେ। ତେବେ ଆଜି ପୁରୀରୁ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି।

ଆହୁରି ପଢ଼ନ୍ତୁ

You might also like