ଅଣସରରେ ଚାଲିଛି ମହାପ୍ରଭୁଙ୍କ ଔଷଧୀୟ ଉପଚାର

ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା। ଏହାପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ପ୍ରଭୁ।

ମହାପ୍ରଭୁଙ୍କୁ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ଅଣସରରେ ସୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଇବେ ।ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ ।

ସେପଟେ ରଥଖଳାରେ ରଥର୍ନିମାଣ କାମ ଅନ୍ତିମ ପଯର୍ୟାୟରେ ପହଞ୍ଚିଛି । ମହାରଣା, ରୂପକାର, ଚିତ୍ରକର, କମାର ଓ ଭୋଇ ସେବାୟତଙ୍କ ସମନ୍ୱୟ ଚତୁର୍ଦ୍ଧା ବିଗ୍ରହଙ୍କ ରଥର୍ନିମାଣ କାର୍ଯ୍ୟ ଖୁବ୍ ଦ୍ରୁତଗତିରେ ଆଗେଇ ଚାଲିଛି ।

ବର୍ତ୍ତମାନ ତିନିରଥର ଉପରିଭାଗର କାମ ଜାରି ରହିଥିବା ବେଳେ ପ୍ରତ୍ୟକ ରଥର ତିନୋଟି ଭୂଇଁ ଟୁଙ୍ଗୁରା ସରିଛି। ସେପଟେ ତିନିରଥର ଖପୁରି ଓ ପୋଟଳ କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ କଇଁଚି, କଳସ କାମ ଓ ପଟା ପଡିବା ପାଇଁ ତାଗ ବାଡିଆ କାମ ଚାଲିଛି।
.

You might also like