ପୁରୀ: ଆଜି ଚିତାଲାଗି ଅମାବାସ୍ୟା। ଏଥିପାଇଁ ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ଚିତାଲାଗି ପାଇଁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନିର୍ଦ୍ଧାରିତ ନୀତିକାନ୍ତି ସରିବା ପରେ ଦଇତାପତି ସେବାୟତ ଓ ପତି ମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକର ଦୁର୍ମୂଲ୍ୟ ଚିତା ଲଗାଇବେ।
ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ, ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ଓ ଶ୍ରୀ ପେଚ ତିଆରି କରିବେ। ତା’ ପରେ ଆଜିର ଦିନରେ ଜଗନ୍ନାଥଙ୍କୁ ହୀରାରେ ଖଚିତ ଚିତା, ବଡ଼ଭାଇ ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ମାଣିକ ଖଚିତ ଚିତା ପରିଧାନ କରାଇବେ।
ଚିତାଲାଗି ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଚିତାଲାଗି ପରେ ଭକ୍ତମାନେ ଦର୍ଶନ କରିପାରିବେ।
ବ