ରୂପା ଛାଉଣୀରେ ଚମକିବ ଶ୍ରୀମନ୍ଦିର ଦ୍ୱାର, ଆଜି ନିଆଯିବ ଡିଜାଇନ୍‌ ନିଷ୍ପତ୍ତି

ପୁରୀ: ଉତ୍କଳୀୟ ପରମ୍ପରା, ଉତ୍କଳୀୟ ସଂସ୍କୃତି ଓ ଡିଜାଇନକୁ ନେଇ ଶ୍ରୀମନ୍ଦିରର ୮ଟି ଦ୍ୱାର ନିର୍ମାଣ କରାଯିବ। ବର୍ମା ଶାଗୁଆନ କାଠରେ ତିଆରି ହେବ ଏହି ଦ୍ୱାର।  ଏହାର ଡିଜାଇନ ଶେଷ ହୋଇଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରୂପା ଉପରେ କିଭଳି ଡିଜାଇନ କରାଯିବ ତାହା ନିଷ୍ପତ୍ତି ହୋଇପାରିନାହିଁ।

ମୁମ୍ବାଇର କମ୍ପାନୀ ଅନେକ ଡିଜାଇନ ଦେଖାଇଥିଲେ । କିନ୍ତୁ ତାହା ପସନ୍ଦ ହେଲାନାହିଁ ।  ଆଜି  ଡିଜାଇନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ  ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ।  ସେଠାରେ ଡିଜାଇନ ଫାଇନାଲ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତା ପୂର୍ବରୁ ଓଡିଶାର ଅନେକ ଶିଳ୍ପୀ କିମ୍ବା ଚିତ୍ରକରଙ୍କ ସହ ଆଲୋଚନା କରାଯାଇଥିଲା। ଉତ୍କଳୀୟ ପରମ୍ପରାର ଡିଜାଇନ ଶ୍ରୀମନ୍ଦିର ରୂପା ଚାଦର ଡିଜାଇନ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରଥମେ ସାତ ପାହାଚ ଦ୍ଵାରର ନିର୍ମାଣ କାର୍ଯ୍ୟ କରାଯିବ ତାପରେ ଆଗାମୀ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାର ନିର୍ମାଣ କରାଯିବ ଏବଂ ଲଗାଯିବ। ଏହା ସହ କଳାହାଟ ଦ୍ୱାରଟି ସୁନାର ଚାଦର ପକାଇଵା ପାଇଁ ଅନେକ ସେବାୟତ ପ୍ରସ୍ତାବ ରଖିଛନ୍ତି।  ପ୍ରତିଟି ଦ୍ୱାର ବର୍ମାଟିକ କାଠରେ ନିର୍ମାଣ ହେବାକୁ ଥିବା ବେଳେ ଏହାର ମୋଟେଇ ୪ ଇଞ୍ଚ ରହିବ। ଦ୍ୱାର ନିର୍ମାଣ ପରେ ୧.୬ଇଞ୍ଚର ରୁପା ଚାଦର ଛାଉଣୀ ଦିଆଯିବ।

You might also like