ଗ୍ରୀନ୍‌ ଜୋନରେ ପୁରୀ, ହୋଇପାରେ ରଥଯାତ୍ରା

ପୁରୀ: ରଥଯାତ୍ରା ହେବ କି ନାହିଁ ଏ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହୋଇ ପାରିନାହିଁ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ରଥଯାତ୍ରା କରିବା ପାଇଁ ଦଇତାପତି ଗଜପତିଙ୍କୁ ଅନୁରୋଧ କରିଛନ୍ତି ।

ପୁରୀ ଗ୍ରୀନ୍ ଜୋନ୍‌ରେ ଥିବାରୁ ସରକାରକଙ୍କ ଗାଇଡଲାଇନ୍ ଅନୁଯାୟୀ ପଦକ୍ଷେପ ନେବା ସପକ୍ଷରେ ମତ ଦେଇଛନ୍ତି ସେବାୟତ।  ଅନ୍ୟପଟେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା କହିଛନ୍ତି ପ୍ରତିବର୍ଷ ଅକ୍ଷୟ ତୃତୀୟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ସେବାୟତଙ୍କ ସହ ପ୍ରଶାସନ ଆଲୋଚନା କରିଥାଏ । ଏବର୍ଷ କିନ୍ତୁ ଆଲୋଚନା କରାଯାଇନଥିବା ସେ ଅଭିଯୋଗ କରିଛନ୍ତି ।

୩ ତାରିଖ ଭିତରେ ୪୨ ଗୋଟି ଚକରେ ସୂତା ବାଡ଼େଇବା, ବିନ୍ଧ କାର୍ଯ୍ୟ ଶେଷ ହୋଇଥାଏ। ଏହାପରେ ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ଓ ଭଉଁରୀ ତିଥିରେ ଦୁଇ ଦୁଇଟି ଅଖ ଚକ ସଂଯୋଗ ହୋଇଥାଏ। ଏବେ କେମିତି ଏସବୁ କରାଯିବ ତାକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ପ୍ରଶ୍ନ ଉଠାଇଛନ୍ତି ।

ତେବ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର ବିଶ୍ୱାସ ରଖିଛନ୍ତି ଯେ ରଥଯାତ୍ରା ନିଶ୍ଚୟ ହେବ । ସେ କହିଛନ୍ତି ଗ୍ରୀନ୍‌ ଜୋନରେ ପୁରୀ ରହିଛି । ଗ୍ରୀନ ଜୋନରେ ବସ୍‌ ଚଳାଚଳ, ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏପରିକି ନିର୍ମାଣ କାମ ପାଇଁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେଣୁ ୩ ତାରିଖ ପରେ ଯଦି ରଥକାମ ଆରମ୍ଭ ହୁଏ ତେବେ ରଥଯାତ୍ରା ହୋଇପାରିବ ବୋଲି ବିନାୟକ ଦାସ ମହାପାତ୍ର ବିଶ୍ୱାସ ରଖିଛନ୍ତି । ତେବେ ଆସନ୍ତା ୩ ତାରିଖ ବୈଠକ ବସିବାର ସୂଚନା ମିଳିଛି। ଏହି ବୈଠକରେ ରଥଯାତ୍ରା ସଂକ୍ରାନ୍ତ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like