• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଶେଷରେ ଖୋଲିଲା ଶ୍ରୀମନ୍ଦିର।  ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀ ନିବାସୀଙ୍କ ପାଇଁ ଆଜିଠାରୁ ମନ୍ଦିର ଖୋଲାଯାଉଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ।  ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରର ସାଧାରଣ ଭକ୍ତ ଦର୍ଶନ କରିପାରିବେ ।

କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ବତନ୍ତ୍ର ଏସ୍ଓପି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେହିଭଳି ୨୬ରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି । ପ୍ରତି ଓ୍ୱାର୍ଡରେ ବୁଲି ମ୍ୟୁନିସିପାଲିଟି ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ । କେଉଁ ଦିନ କେଉଁ ଓ୍ୱାର୍ଡ ବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି । ସେହି ନିର୍ଦ୍ଦିଷ୍ଟ ସମୟରେ ସଂପୃକ୍ତ ଓ୍ୱାର୍ଡର ଲୋକଙ୍କୁ ଆସିବାକୁ କୁହାଯାଇଛି । ଟୋକନ୍ ଦେଖାଇଲେ ପୁରୀବାସୀଙ୍କୁ ମାର୍କେଟ ଛକ ବ୍ୟାରିକେଡ୍ ପ୍ରବେଶ ପଥରେ ଅନୁମତି ମିଳିବ ଓ ପରେ ସେମାନଙ୍କୁ ଆଧାରକାର୍ଡ କିମ୍ବା ଭୋଟ ପରିଚୟପତ୍ର ଦେଖାଇବାକୁ ପଡିବ ।

ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହେବ। ସମସ୍ତେ ବ୍ୟାରିକେଡ୍‌ରେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି । ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

ଆହୁରି ମଧ୍ୟ ପଢନ୍ତୁ :

ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ

ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଖେଳିଯାଇଛି ଅପୂର୍ବ ଆନନ୍ଦ। ଅପୂର୍ବ ଭାବାବେଗ ନେଇ ସେବାୟତ ପରିବାର ଲୋକେ ଜଗନ୍ନାଥ ମନ୍ଦିରକୁ ଯାଇ ଜଗନ୍ନାଥ ଦର୍ଶନ କରୁଛନ୍ତି। ୪ ଦ୍ୱାର ଦେଇ ସେବାୟତ ପରିବାର ଲୋକେ ମନ୍ଦିରୂ ଭିତରକୁ ଯାଉଛନ୍ତି। ଜେଟିପିମାନେ ଯାଞ୍ଚ କରି ସେମାନଙ୍କୁ ଭିତରକୁ ଛାଡ଼ୁଛନ୍ତି।

 

Puri-srimandir-reopen-from-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories