ଆଜି ଦିନକ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଆଜି ଦିନକ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି ଭକ୍ତ। କାରଣ ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯାଉଛି। ଶ୍ରୀମନ୍ଦିରର ବାଇସି ପାହାଚ, ଶ୍ରଦ୍ଧାଳୁଙ୍କ ଯା‘‌ଆସ କରିବା ରାସ୍ତା, ଦ୍ୱାର ଏବଂ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଉଛି।

ଶ୍ରୀମନ୍ଦିର ଚାରିପଟେ ବି ବିଶୋଧନ କରାଯାଇଛି। ଅଗ୍ନିଶମ, ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କରାଯାଉଛି। ପୂର୍ବ ନିଷ୍ପତ୍ତି ଅନୁସାରେ, ପ୍ରତି ରବିବାର ସାନିଟାଇଜ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତେବେ ଆସନ୍ତାକାଲିଠୁ ପୁଣିଥରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

ଜାନୁଆରୀ ୨୧ରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା। କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି

You might also like