ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି। ମନ୍ଦିରର ମରାମତି କାମ ପାଇଁ ASI ପକ୍ଷରୁ ଲାଗିଥିବା ଲୁହା ଭାରା ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲୁହାଭାରା ଭୁଶୁଡ଼ି ପଡ଼ିବାରୁ ତଳେ ଥିବା ସାକ୍ଷୀଗୋପାଳ ଓ ବରାହ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି।
ମନ୍ଦିର ବେଢ଼ାରେ ଥିବା କଳ୍ପବଟ ବୃକ୍ଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯୋଗୁଁ ବିଭିନ୍ନ କାରଣରୁ ଶ୍ରୀଜିଉଙ୍କ ନୀତି ପ୍ରଭାବିତ ହୋଇଥିବାବେଳେ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଥିଲା। ସେହିପରି ମନ୍ଦିରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ରନ୍ଧା ମଧ୍ୟ ବନ୍ଦ ରହିଛି।