ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ଛିଡ଼ାକଲା କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ । ମେ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ରହିବ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ । ତେବେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ କେବଳ ଶନିବାର ଓ ରବିବାର ଜଗା ଦର୍ଶନ ବନ୍ଦ ରହୁଥିଲା ।  କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଶ୍ରଦ୍ଧାଳଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ ।

ସେପଟେ ରଥ ନିର୍ମାଣ ପ୍ରକିୟା ଜାରି ରହିବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ ।  ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜରର ବ୍ୟବସ୍ଥା କରାଯିବ ।  ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ପରିମାରଣ ମାସ୍କ, ସାନିଟାଇଜର କିଣାଯିବ । ଉନ୍ନୟନ ପ୍ରଶାସକ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ତେବେ ମେ ୬ ତାରିଖରେ ପୁଣି ଥରେ କୋଭିଡ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

 

ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ ଓ ଛତିଶା ନିଯୋଗ ସଦସ୍ୟ ସାମିଲ ଥିଲେ । ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣ ପାଇଁ ନୂଆ SOP ଆସିଛି । ପୂର୍ବ SOP ଅନୁସାରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ରାଜ୍ୟ ବାହାରର ଭକ୍ତ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଥିଲା । କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇଲେ ବି ଦର୍ଶନ କରିପାରୁଥିଲେ । ବାହାର ରାଜ୍ୟର ଶ୍ରଦ୍ଧାଳୁ ତେବେ ରାଜ୍ୟ ଭିତରର ଭକ୍ତ କେବଳ ଆଧାର କାର୍ଡ ଦେଖାଇ ମନ୍ଦିରକୁ ଯାଉଥିଲେ ।

ସେପଟେ ସଟଡାଉନ ପାଇଁ ପୁରୀରେ ଜୀବନଯାତ୍ରା ଠପ୍ ହୋଇପଡ଼ିଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ପୁରୀରେ ଆଜି ୧୩ ପ୍ଲାଟୁନ ଫୋର୍ସ, ୩ ଜଣ ଆଡିସନାଲ ଏସପି,୭ ଡିଏସପି, ୧୩ ଇନିସପେକ୍ଟର ଏବଂ ୩୦ରୁ ଅଧିକ ଅଫିସର ନିୟୋଜିତ ଅଛନ୍ତି ।

You might also like