ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ: କହିଲେ “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି।”

ପୁରୀ: ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି, “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ପୂର୍ବରୁ ବିଶେଷ କରି ମଠ ଭଙ୍ଗାଯିବା ପୂର୍ବରୁ କାହିଁକି ସଂସ୍କାର କମିଶନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲେନି? ତାଙ୍କ ପାଖକୁ ଆସିବା ପାଇଁ କେଉଁ ତନ୍ତ୍ର ରୋକିଲା, କିଏ ସେହି ଷଡଯନ୍ତ୍ରକାରୀ, ତାର ଅନୁସନ୍ଧାନ ହେବା ଉଚିତ୍। ଏହାର ବିଧିବଦ୍ଧ ତଦନ୍ତ ହେଉ। ଏକ ଯାଞ୍ଚ ସମିତି ଗଠନ କରାଯାଉ।”

ସେ ଆହୁରି କହିଛନ୍ତି, “ମୋ ବିଶେଷ ଅଧିକାର ବଳରେ କମିଶନଙ୍କ ରିପୋର୍ଟକୁ ଅବୈଧ ଘୋଷଣା କରୁଛି।”

ଆଧ୍ୟାତ୍ମିକ କ୍ଷେତ୍ରରେ କେଉଁ ନିଷ୍ପତ୍ତି ନିଆଯିବ ତାହା କ’ଣ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ନେବେ କି ବୋଲି କହି ସିଧାସଳଖ ସମାଲୋଚନା କରିଛନ୍ତି ଜଗଦ୍‌ଗୁରୁ।

ସେ ଆହୁରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥା ଅନୁସାରେ ହେବା ଉଚିତ୍। ସେହିପରି ମଠ ପରିଚାଳନା ସ୍ୱତନ୍ତ୍ର ଭାବେ ହେବା ଉଚିତ୍। ବ୍ରିଟିଶ ଶାସନ କାଳରେ ମଧ୍ୟ ମଠ କାହା ଅଧୀନରେ ନଥିଲା।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରିଙ୍କ ପଦକ୍ଷେପକୁ ଶଙ୍କରାଚାର୍ଯ୍ୟ ନିନ୍ଦା କରିଛନ୍ତି। ତେବେ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

You might also like