ଅାନନ୍ଦବଜାରରେ ଭକ୍ତଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ
ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଅଭିଯୋଗ। ଏନେଇ ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆନନ୍ଦ ବଜାରରେ ଖାଇବାବେଳେ କୌଣସି କାରଣରୁ ବୋଝିଆ ସେବାୟତଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେବାୟତ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭକ୍ତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ବୋଝିଆ ସେବାୟତଙ୍କୁ ଅଟକ ରଖି ପଚାରାଉଚରା କରୁଛି।