ଥାନାକୁ ଆଣୁଥିବା ବେଳେ ଅପରାଧୀ ସହ ସେଲ୍‌ଫି ନେଲେ ଆଇଆଇସି; ଫଟୋ ଭାଇରାଲ୍

ପୁରୀ: ହତ୍ୟା ଅଭିଯୁକ୍ତ ସହ ପୁଲିସ ଆଇଆଇସିଙ୍କ ସେଲଫି। ଗିରଫ ପରେ ଥାନାକୁ ନେଉଥିବା ଜଣେ ହତ୍ୟା ଅଭିଯୁକ୍ତ ସହ ପୁରୀ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ସେଲଫି ନେବା ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।

ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ତେବେ ଅସ୍ତରଙ୍ଗ ପୁଲିସ ତାକୁ ଖୋଜୁଥିବା ବେଳେ ମୁନାକୁ ଆଜି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ ଗିରଫ କରିଥିଲା।

ଗିରଫ ପରେ ଚନ୍ଦ୍ରଭାଗା ପୁଲିସ ତାକୁ ନିମାପଡ଼ା ଥାନାକୁ ଆଣୁଥିବା ବେଳେ ଆଇଆଇସି ବୁଲୁ ମୁଣ୍ଡା ଓ ଅଭିଯୁକ୍ତ ମୁନା ସେଲଫି ଉଠାଇଥିବା କୁହାଯାଉଛି। ଏପରିକି ଜଣେ ହତ୍ୟା ଅଭିଯୁକ୍ତକୁ ସାଧାରଣ ଅଭିଯୁକ୍ତଙ୍କ ଭଳି ପୁଲିସ ଗାଡ଼ିରେ ନେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେପଟେ ଏ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।

You might also like