ପୁରୀ ବେଳାଭୂମି ‘ବ୍ଲୁ ଫାଗ୍’ ମାନ୍ୟତା ପାଇଁ ମନୋନୀତ

ଭୁବନେଶ୍ୱର: ପୁରୀ ବେଳାଭୂମି ‘ବ୍ଲୁ ଫାଗ୍’ ମାନ୍ୟତା ପାଇଁ ମନୋନୀତ। ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରାଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି-“ଏହି ଅଞ୍ଚଳକୁ ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜମେଣ୍ଟ(ସିସକମ‌୍‍) ଓ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍‌ ବ୍ଲୁ ଫ୍ଲାଗ୍‌ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ବିମ୍ସ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଅଛି। ସ୍ୱର୍ଣ୍ଣିମ ବେଳାଭୂମି ପୁରୀରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍ସ ଅଧୀନରେ ସିସକମ‌୍‍ ବିଗତ ଅଢ଼େଇ ବର୍ଷରେ ୮.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି।”

ସେ ଆହୁରି ଲେଖିଛନ୍ତି-“ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ଓ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ୍‌ ଟାୱାରର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସି ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ।”

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like