ପୁରୀ ସଦର ଥାନା SI ସସ୍‌ପେଣ୍ଡ୍

ପୁରୀ: ପୁରୀ ସଦର ଥାନା SI ଅତସୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଏସ୍‌ଆଇ ଅତସୀ ଜେନା ସସ୍‌ପେଣ୍ଡ୍‌ ହେବା ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବରରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ଘଟଣାରେ ତାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ଜୁଆ ଆଡ୍ଡାରୁ ଜବତ ଟଙ୍କା ସମ୍ପର୍କରେ IICଙ୍କୁ ଜଣାଇ ନ ଥିବାରୁ ଅତସୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ଅନ୍ୟପକ୍ଷେ, ପୁରୀ କୃଷ୍ଣପ୍ରସାଦ ଥାନା ASI ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି। ASIଙ୍କୁ ଗିରଫ କରାଯିବା ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଜଣେ ଫୁଡ୍ ଭେଣ୍ଡରଙ୍କ ନିକଟରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଈଶ୍ୱରଚନ୍ଦ୍ରଙ୍କୁ ଗିରଫ କରାଯାଇଛି। SDPOଙ୍କ ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ASIଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି।

You might also like