ପୁରୀ: ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସ୍ନାନଯାତ୍ରା ଦିନ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ରାତି ୧ଟାରୁ ୪ଟା ମଧ୍ୟରେ ପହଣ୍ଡି ଏବଂ ଭୋର ୪ଟା ୩୦ରେ ମଙ୍ଗଳ ଆଳତି ହେବ। ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ସକାଳ କରାଯିବ। ଛେରା ପହଁରା ସକାଳ ସାଢ଼େ ୧୦ଟା ଏବଂ ହାତୀ ବେଶ ୧୧ଟାରୁ ୧୨ଟା ମଧ୍ୟରେ ହେବ। ୫ଟାରୁ ରାତି ୮ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରିବାକୁ ନୀତି ନିର୍ଘଣ୍ଟ ହୋଇଛି।

ସେହିପରି ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ। ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ। ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ।

ସେହିପରି ସୁନାବେଶ ଦିନ ଅପରାହ୍ଣ ୪ଟାରୁ ୫ଟା ୩୦ ମଧ୍ୟରେ ସୁନାବେଶ ସହ ରାତି ୧୧ରୁ ୧୨ଟା ମଧ୍ୟରେ ବେଶ ଓଲାଗି ହେବ। ଅଧରପଣା ଦିନ ରାତି ୮ଟା ସୁଦ୍ଧା ଶେଷ ହେବ ଅଧରପଣା ନୀତି। ଶେଷରେ ନୀଳିଦ୍ରିବିଜେ ଦିନ ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଣ୍ଡି ଆରମ୍ଭ ହେବ ଏବଂ ରାତି ୧୦ଟାରେ ଶେଷ କରିବାକୁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି।

Other Stories