• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ସିଂହଦ୍ୱାର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ଘୋର ଘର୍ଘର ନାଦରେ ବଡଦାଣ୍ଡ କମ୍ପାଇ ଚାଲିଛି ରଥ। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା  ଶବ୍ଦରେ ଉଛୁଳୁଛି ସହର। ଜନସମୁଦ୍ର ବଡଦାଣ୍ଡରେ ତିନୋଟି ତରୀ ଭଳି ଭାସି ଭାସି ଯାଉଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ  ନନ୍ଦିଘୋଷ । ପଛରେ ରହିଗଲାଣି ଗୁଣ୍ଡିଚା ମନ୍ଦିର।

ସବା ଆଗରେ ବଳଭଦ୍ର। ମଝିରେ ଚାଲିଛି ଦେବ ଦଳନ । ପଛରେ ଗହଳ ଲଗାଇ ଆସୁଛି କାଳିଆ ରାଜା ନନ୍ଦିଘୋଷରେ।

ଆଜି ଭୋର ୪ଟାରୁ ଶ୍ରୀଜିଉଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇ ଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି,  ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବାର କାର୍ଯ୍ୟକ୍ରମ ଥିଲା। । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲା ।

ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତି ସରି ଯାଇଥିଲା। ୪ଟା ବଦଳରେ ସାଢେ ଗୋଟାଏ ପୂର୍ବରୁ ରଥଟଣା ଆରମ୍ଭ ହୋଇ ଯାଇଛି।

କଡା ସୁରକ୍ଷା ଓ ପୋଲସ କର୍ଡନ ଭିତରେ ଶ୍ରଦ୍ଧାଳୁ ମାନେ ଭାବବିହ୍ୱଳ ହୋଇ ତାଳଧ୍ୱଜ ରଥକୁ ଟାଣି ଟାଣି ନେଉଛନ୍ତି।

ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଓଡ଼ିଶା ପୁଲିସ୍‌ ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

 

Puri-rathayatra-rituals-rathatana
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories